ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ଡକ୍ଟରେଟ୍ ହାସଲ କରିଛନ୍ତି ଗବେଷିକା ସ୍ବପ୍ନିତା ପାତ୍ର । ବିଶ୍ଵବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ବରିଷ୍ଠ ପ୍ରଫେସର ଡକ୍ଟର . ଶରତ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେ ଗବେଷଣା କାର୍ଯ୍ୟ ସଫଳତାର ସହ ସମାପ୍ତ କରିଛନ୍ତି।

ତାଙ୍କ ଗବେଷଣାତ୍ମକ ସନ୍ଦର୍ଭ ଭବିଷ୍ୟରେ ଚିକିତ୍ସା ବିଜ୍ଞାନ ଉପକାରୀ ହେବା ସମ୍ଭାବନା ରହିଛି। ସ୍ୱପ୍ନିତାଙ୍କ ଏହି ଗବେଷଣା ସନ୍ଦର୍ଭ ମରୋକ୍କୋର ମହମ୍ମଦ ଓଠ ପଲିଟେକ୍ନିକ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର . ରଚିଡ୍ ବୋଫିଡ୍ ଏବଂ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରଫେସର ଡକ୍ଟର . ରତନ କୁମାର ଦେ’ଙ୍କ ଭଳି ପ୍ରତିଷ୍ଠିତ ଶିକ୍ଷାବିତଙ୍କ ଦ୍ବାରା ଅନୁମୋଦିତ ଓ ଉଚ୍ଚ ପ୍ରଶଂସିତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର୍ ବ୍ଲକ ମାର୍ଥାପୁର ପଞ୍ଚାୟତ ଜିନେଇଲୋ ଗ୍ରାମର ସନ୍ତୋଷ କୁମାର ପାତ୍ର ଓ ରୀନା ପାତ୍ରଙ୍କ ଝିଅ ସ୍ବପ୍ନିତା ନିଜର ଏହି କୃତିତ୍ବ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ପିତାମାତା, ଗୁରୁଜନ ଏବଂ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି। ଓଡ଼ିଶାର ଏହି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ବିଭୂଷିତ ହୋଇଥିବାରୁ ଡଃ . ପାତ୍ରଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି।
