୧୦୦ ଦିନିଆ ଦେଶ ବ୍ୟାପି ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଓ ଭାରତ ସରକାରଙ୍କ ୨୦୩୦ ମସିହା ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କୁ ସାକାର କରିବା ନିମନ୍ତେ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ବିଭିନ୍ନ କାର୍ଯୟକ୍ରମମାନ ଚାଲିଆସିଥିଲା। ଉକ୍ତ କାର୍ଯ୍ୟକ୍ରମ ର ଉଦ୍ଜାପନ ଅନ୍ତର୍ଜାତୀୟ ମହିଳା ଦିବସ ରେ କରାଯାଇଛି।
ବିଶ୍ୱ ଯୁବ କେନ୍ଦ୍ର, ଅନୁଗୋଳ ତରଫରୁ ଅନୁଗୋଳ ଜିଲ୍ଲା ର ବିଭିନ୍ନ ପଦବୀ ରେ ଥିବା ମହିଳା ପଦାଧିକାରୀ,ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି) , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ,ଜିଲ୍ଲା ପଞ୍ଚାୟତ ଅଧିକାରୀ,ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଙ୍କୁ ମହିଳା ଦିବସ ଉପଲକ୍ଷେ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ବାର୍ତ୍ତା ଦିଆ ଯାଇଥିଲା।ଅଧିକାରୀ ମାନେ ସଂସ୍ଥା କୁ ମହିଳା ଓ ଶିଶୁ ଉନ୍ନୟନ କ୍ଷେତ୍ରରେ ସମର୍ପିତ ସେବା ପାଇଁ ଅନେକ ଶୁଭେଚ୍ଛା ଜଣାଇଥିଲେ ଓ ଗ୍ରାମ ମାନଙ୍କରେ ମହିଳା , କିଶୋରୀ ବାଳିକା ଙ୍କୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା।
- ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଜିଲ୍ଲାର ଗାଁ ଓ ସହରଗୁଡ଼ିକରେ ‘ବାଲ୍ୟ ବିବାହ ମୁକ୍ତି ରଥ’ ପରିକ୍ରମା କରିଥିଲା।
- ଲୋକମାନଙ୍କୁ ବାଲ୍ୟ ବିବାହ ବିରୋଧରେ ଶପଥ ଦିଆଯାଇଥିଲା ଏବଂ ଏହା ସମ୍ବନ୍ଧୀୟ ଆଇନ ପ୍ରାବଧାନ ବିଷୟରେ ସୂଚନା ଦିଆଯାଇଥିଲା।
- ବାଲ୍ୟ ବିବାହ ମାନେ ଶିଶୁଙ୍କ ଉପରେ ଯୌନ ଅତ୍ୟାଚାର ସହ ସମାନ ଏବଂ ଏହା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ।
ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା 100 ଦିନର ଗଭୀର ସଚେତନତା ଅଭିଯାନ ଅନ୍ତର୍ଗତ ଜିଲ୍ଲାର ଗାଁ ଓ ସହରଗୁଡ଼ିକରେ ବାଲ ବିବାହ ବିରୋଧରେ ସଚେତନତା ପ୍ରସାର ପାଇଁ ‘ବାଲ୍ୟ ବିବାହ ମୁକ୍ତି ରଥ’ ପରିଚାଳିତ ହୋଇଥିଲା। ଏହି ଯାତ୍ରାର ସମାପନ ଅବସରରେ ବିଶ୍ଵ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଏକ କାର୍ୟକ୍ରମରେ କୁହାଯାଇଥିଲା ଯେ, ଆମର ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ଲୋକମାନଙ୍କ ତରଫରୁ ମିଳିଥିବା ସକାରାତ୍ମକ ପ୍ରତିକ୍ରିୟା ଦେଖି ଆମେ ନିଶ୍ଚିତ ଯେ ବାଲ୍ୟ ବିବାହ ମୁକ୍ତ ଅନୁଗୋଳ ଏବଂ ବାଲ ବିବାହ ମୁକ୍ତ ଭାରତ ଲକ୍ଷ୍ୟ ଆମେ ଖୁବ ଶୀଘ୍ର ପ୍ରାପ୍ତ କରିପାରିବୁ। ବିଶ୍ଵ ଯୁବ କେନ୍ଦ୍ର ହେଉଛି Just Rights for Children ନାମକ ସଂଗଠନର ସହଭାଗୀ, ଯାହା ଦେଶର 250 ରୁ ଅଧିକ ସଂଗଠନଙ୍କର ସବୁଠାରୁ ବଡ଼ ନେଟୱର୍କ ଯାହା ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ପାଇଁ କାମ କରୁଛି।
ଅନୁଗୋଳ ଜିଲ୍ଲାରେ ବାଲ ବିବାହ ମୁକ୍ତି ରଥ କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ମସ୍ଚ୍ୟ,ପ୍ରାଣୀ ସମ୍ପଦ ଓ ଏମ. ଏସ. ଏମ. ଇ ମନ୍ତ୍ରୀ ଗୋକୁଳା ନନ୍ଦ ନାୟକ, ଶିଳ୍ପ ଓ ଆଇ. ଟି ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଅଗସ୍ତି ବେହେରା, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଅଶୋକ ମହାନ୍ତି ଦସ୍ତଖତ କରି ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କୁ ସମର୍ଥନ ଜଣାଇଥିଲେ । ଏହା ୩୦ ଦିନ ମଧ୍ୟରେ ଜିଲ୍ଲାରେ ୨୦୫୭ କି.ମି. ଯାତ୍ରା କରିଥିଲା। ଏହା ୯୦୦ ଗାଁ ପହଞ୍ଚିଥିଲା ଏବଂ ପ୍ରାୟ ୫ ଲକ୍ଷ୍ୟ ଲୋକଙ୍କୁ ଅଭିଯାନ ସହ ଯୋଡ଼ିଥିଲା।
‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନର ଏକ ବର୍ଷ ପୂର୍ଣ୍ଣ ହେବା ଅବସରରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ 4 ଡିସେମ୍ବର 2025 ରେ ଦେଶବ୍ୟାପୀ 100 ଦିନର ଗଭୀର ସଚେତନତା ଅଭିଯାନ ଘୋଷଣା କରିଥିଲେ। Just Rights for Children ର ସହଭାଗୀ ସଂଗଠନମାନେ ଏହି ଅଭିଯାନରେ ସକ୍ରିୟ ଭାବେ ଅଗ୍ରଣୀ ଭୂମିକା ନେଇ ସମଗ୍ର ଦେଶର 439 ଜିଲ୍ଲାରେ ‘ବାଲ୍ୟ ବିବାହ ମୁକ୍ତି ରଥ’ ଯାତ୍ରା ଆୟୋଜନ କରିଥିଲେ। ଏହି ରଥ ଗାଁ ଓ ସହରଗୁଡ଼ିକରେ ବୁଲି ଲୋକମାନଙ୍କୁ ବାଲ୍ୟ ବିବାହର ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକା ଉପରେ କୁପ୍ରଭାବ ବିଷୟରେ ସଚେତନ କରିଥିଲା ।
ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ଶ୍ରୀ ମନୋଜ ମହାପାତ୍ର କହିଥିଲେ ଯେ ଏହି 100 ଦିନର ସଚେତନତା ଅଭିଯାନ ଏବଂ ବାଲ ବିବାହ ମୁକ୍ତି ରଥ ପରିବର୍ତ୍ତନ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ କହିଥିଲେ, “ଏହା କେବଳ ଏକ ଅଭିଯାନ ନୁହେଁ ଏହା ପରିବର୍ତ୍ତନର ସନ୍ଦେଶ ଥିଲା, ଯାହାକୁ ଲୋକମାନେ ଗ୍ରହଣ କରିଛନ୍ତି ଓ ସମର୍ଥନ କରିଛନ୍ତି। ଆଜି ପ୍ରାୟ ସମଗ୍ର ବିଶ୍ୱ ଏହାକୁ ସ୍ୱୀକାର କରିଛି ଯେ ବାଲ୍ୟ ବିବାହ କେବଳ ସାମାଜିକ କୁପ୍ରଥା ନୁହେଁ, ବରଂ ବିବାହ ନାମରେ ଶିଶୁଙ୍କ ଉପରେ ଅତ୍ୟାଚାର। ଏହା ଏକ ଅପରାଧ ଏବଂ ଆଇନ ଅନୁଯାୟୀ ଦଣ୍ଡନୀୟ। ବାଲ ବିବାହ ଏକ ଝିଅ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନାକୁ ନଷ୍ଟ କରି ତାକୁ କୁପୋଷଣ, ଅଶିକ୍ଷା ଓ ଦରିଦ୍ରତାର ଚକ୍ରରେ ଧକ୍କା ଦେଇଦିଏ।”
ସେ ଆହୁରି କହିଥିଲେ ଯେ ସରକାର, ପ୍ରଶାସନ ଓ ଜନପ୍ରତିନିଧିମାନଙ୍କ ଭାଗୀଦାରି ସହିତ ଏହି ଅଭିଯାନ ଏକ ବ୍ୟାପକ ଜନଆନ୍ଦୋଳନ ରେ ପରିଣତ ହୋଇଛି। ସମସ୍ତଙ୍କ ସହଯୋଗରେ ବାଲ୍ୟ ବିବାହ ନିଷେଧ ପାଇଁ କାନୁନ, ସୁରକ୍ଷା ଓ ଦାୟିତ୍ୱର ସନ୍ଦେଶକୁ ସମାଜରେ ପହଞ୍ଚାଇଯାଇଛି, ଯାହାଦ୍ୱାରା ବାଲ୍ୟ ବିବାହ ମୁକ୍ତ ଅନୁଗୁଳ ର ଲକ୍ଷ୍ୟ ସାକାର ହୋଇପାରିବ।
ଏହି ଅଭିଯାନ ତିନୋଟି ପର୍ଯ୍ୟାୟରେ ଚାଲିଥିଲା।
ପ୍ରଥମ ପର୍ଯ୍ୟାୟରେ ଶିକ୍ଷାନୁଷ୍ଠାନମାନଙ୍କୁ ଯୋଡ଼ାଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ଧାର୍ମିକ ଗୁରୁ ମାନଙ୍କୁ ସଂପୃକ୍ତ କରାଯାଇ ସେମାନଙ୍କୁ ଅନୁରୋଧ କରାଯାଇଥିଲା ଯେ ବିବାହ କରାଇବା ପୂର୍ବରୁ ବର ଓ କନ୍ୟାଙ୍କ ବୟସ୍ ତର୍ଜମା କରନ୍ତୁ ଏବଂ ବାଲ୍ୟ ବିବାହ କରାଇବାରୁ ମନା କରନ୍ତୁ। ସେଥିସହିତ କ୍ୟାଟରର୍, ଟେଣ୍ଟ ବାଲା, ବ୍ୟାଙ୍କ୍ୱେଟ ହଲ୍ ମାଲିକ, ବ୍ୟାଣ୍ଡ ପାର୍ଟି ଓ ଆଦି ସେବା ପ୍ରଦାନକାରୀ ମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା ଯେ ସେମାନେ ବାଲ ବିବାହରେ ସେବା ନ ଦିଅନ୍ତୁ, କାରଣ ବାଲ ବିବାହରେ କୌଣସି ଭାବେ ଯୋଗଦାନ କରିଲେ କାନୁନ ଅନୁଯାୟୀ ଦଣ୍ଡ ହୋଇପାରେ।
ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ପଞ୍ଚାୟତଗୁଡ଼ିକରେ ସଚେତନତା କାର୍ୟକ୍ରମ ଆୟୋଜନ କରାଯାଇଥିଲା ।
