• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନୁଗୋଳ ଜିଲ୍ଲା ସରକାରୀ ଚିକିତ୍ସାଳୟଗୁଡ଼ିକର ଅଗ୍ନି ନିରାପତ୍ତା ଓ ବୈଦ୍ୟୁତିକ ଯାଞ୍ଚ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

Bymamatanews

Mar 18, 2026
Spread the love

କଟକ SCB ବଡ଼ ମେଡିକାଲ ଅଘଟଣ କୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କଲେ ଜିଲ୍ଲା ପ୍ରଶାସନ

ଅନୁଗୋଳ (୧୮/୦୩/୨୦୨୬ : ଜିଲ୍ଲାପାଳ ଶ୍ରୀ ଅବଦଲ ମହମ୍ମଦ ଅଖତରଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସାଳୟଗୁଡ଼ିକର ଅଗ୍ନି ନିରାପତ୍ତା ଓ ବୈଦ୍ୟୁତିକ ଯାଞ୍ଚ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ସମ୍ପୃକ୍ତ ଉପ-ଜିଲ୍ଲାପାଳ, ଚିକିତ୍ସାଳୟର ପରିଚାଳକ, ଅଗ୍ନିଶମ ବିଭାଗ ଓ ଟିପିସିଓଡିଏଲ୍ (TPCODL) ର ଅଧିକାରୀ, ବୈଦ୍ୟୁତିକ ପରିଦର୍ଶକ, ପୂର୍ତ୍ତ ବିଭାଗ (R&B) ର ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଚିକିତ୍ସାଳୟ (DHH) ଅନୁଗୋଳ, PMPMCH ତାଳଚେର, PMPGH ତାଳଚେର, PMPMC ତାଳଚେର ଏବଂ ଜିଲ୍ଲାର ସମସ୍ତ ଉପଖଣ୍ଡ ଚିକିତ୍ସାଳୟଗୁଡ଼ିକର କୋଠାବାଡ଼ି ଯାଞ୍ଚ କରାଯିବ।

ସମ୍ପୃକ୍ତ ଉପ-ଜିଲ୍ଲାପାଳମାନେ ଏହି ଯାଞ୍ଚ ପାଇଁ ଏକ ସମୟସୂଚୀ ପ୍ରସ୍ତୁତ କରିବେ ବୋଲି ସ୍ଥିର କରାଗଲା। ଚିକିତ୍ସାଳୟ ପରିସରରେ ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ପରିଦର୍ଶନ କରି ଅଗ୍ନି ନିରାପତ୍ତା ଓ ବୈଦ୍ୟୁତିକ ତ୍ରୁଟିଗୁଡ଼ିକୁ ଚିହ୍ନଟ କରିବେ। ପୂର୍ତ୍ତ ବିଭାଗର ନିର୍ଦ୍ଧାରିତ ଚେକ୍-ଲିଷ୍ଟ ଅନୁଯାୟୀ ଯାଞ୍ଚ କରି ଏକ ବିସ୍ତୃତ ରିପୋର୍ଟ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ , ପଞ୍ଚମହଲାସ୍ଥିତ ୨ଟି ଓବିସି (OBC) ହଷ୍ଟେଲ, ବଅଁରପାଳସ୍ଥିତ ୨ଟି ଅନ୍ୱେଷା ହଷ୍ଟେଲ ଏବଂ ବ୍ଲାକ୍ ଡାଇମଣ୍ଡ କୋଠାର ଯାଞ୍ଚ କରାଯିବ। ବୈଠକରେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ନିଜାରତ ଅଧିକାରୀ ଶ୍ରୀ ମନ୍ମଥନାଥ ଦାଶ, ଡେପୁଟି ଫାୟାର ଅଫିସର ଶ୍ରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *