• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କାର୍ଯ୍ୟରତ ଶ୍ରମିକ ମୃତ୍ୟୁର କ୍ଷତିପୂରଣ କୁ ନେଇ ପରିବାର ଓ ଗ୍ରାମବାସୀଙ୍କ ଜିନ୍ଦଲ କାରଖାନା ଗେଟ ସମ୍ମୁଖରେ ଧାରଣା

Bymamatanews

Mar 28, 2026
Spread the love

ଅନୁଗୋଳ ଜିଲ୍ଲା ଅନ୍ତୁଲିଆ ବଡ଼ ତଇଲା ଗ୍ରାମର ୩୪ ବର୍ଷୀୟ ଅନିଲ କୁମାର ସାହୁ ଗତ ୧୦ ବର୍ଷ ଧରି ଜିନ୍ଦଲ କମ୍ପାନୀରେ ହାଇଡ୍ରା ଅପରେଟର ଭାବେ କାମ କରୁଥିଲେ। ଗତକାଲି କାର୍ଯ୍ୟରତ ଅବସ୍ଥାରେ ଅଚାନକ କୌଣସି ଅସ୍ପଷ୍ଟ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ପରିବାର ଲୋକେ ପୂର୍ବରୁ କିଛି ଜାଣିନଥିବାବେଳେ, କମ୍ପାନୀ ପକ୍ଷରୁ ପରେ ଅନିଲ ମୃତ୍ୟୁ ବାବଦରେ ପରିବାରକୁ ସୂଚନା ଦିଆଯାଇଥିଲା।

ପରିବାର ଲୋକେ ମେଡିକାଲକୁ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ଦେଖିବାକୁ ଦିଆଯାଇନଥିବା ସହ, ତାଙ୍କୁ କଟକକୁ ନେଇଯାଇଥିବା ଅଭିଯୋଗ ଉଠିଛି। ମୃତ ଅନିଲ ଘରର ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ପରିବାର, ମେରୁଦଣ୍ଡ ଦୋହଲି ଯାଇଛି।ବୃଦ୍ଧ ବାପାମାଙ୍କ ସହ ତାଙ୍କର ଦୁଇଟି ଛୋଟ ଛୁଆ ଅଛନ୍ତି, ଯାହା ଫଳରେ ପରିବାରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏହି ଘଟଣାକୁ ନେଇ କ୍ଷତିପୂରଣ ଦାବୀରେ ପରିବାର ଲୋକେ ଓ ଗ୍ରାମବାସୀମାନେ ଜିନ୍ଦଲ କମ୍ପାନୀ ଗେଟ ସମ୍ମୁଖରେ ଧରଣା ଦେଇ ବସିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କମ୍ପାନୀର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ପରିବାର ଲୋକେ ଗଭୀର ଦୁଃଖ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *