କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଲା। କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳି ଓ ବହିଲା ଅଣଚାଶ ପବନ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ସହର ଓ ଏହାର ଆଖପାଖରେ କାଳବୈଶାଖୀ ପ୍ରଭାବରେ ପ୍ରବଳ,ବର୍ଷା, ପବନ ଘଡ଼ଘଡ଼ି ସହ ବିଜୁଳି ଅନୁଭୂତ ହୋଇଥିଲା l କାଲି ରାତି ୯ଟା ସମୟରେ ହଠାତ୍ ପ୍ରବଳ ପବନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ବର୍ଷା ଆରମ୍ଭ ହୋଇ ଯାଇଥିଲା । ଫଳରେ ପୁରୁଣା ସହରରେ ଲାଗିଥିବା ବନଦୁର୍ଗା ପୂଜା ଟେଣ୍ଟ ଉଡ଼ିଯାଇଥିବା ନେଇ ସୂଚନା l ପବନ ଯୋଗୁଁ ବହୁ ଜାଗାରେ ଗଛ ପଡି ବିଦ୍ୟୁତ୍ ସେବା ବ୍ୟାଘାତ ହୋଇଥିବା ନେଇ ସୂଚନା ରହିଛି । ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାର ଅନେକ ସ୍ଥାନରେ ପବନ ସହ ବିଜୁଳି, ଘଡ଼ଘଡ଼ି, ବର୍ଷା ହୋଇଥିବା ସୂଚନା। ତେବେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ମଧ୍ୟ ଝଡ଼ ତୋଫାନ ସାଙ୍ଗକୁ ବର୍ଷା ହୋଇଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
