• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଲକୋ ଟ୍ରେନ୍‌ ବଗୀରୁ କୋଇଲା ଚୋରିକରି ୮ ଗିରଫ

Bymamatanews

Mar 30, 2026
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ବୁଢାପଙ୍କ ପଞ୍ଚାୟତ ଅନ୍ତର୍ଗତ ବୈଦ୍ୟନାଥପୁର ଦେଇ ଯାଉଥିବା କୋଇଲା ଟ୍ରେନ ରୁ କୋଇଲା ଚୋରି ଅଭିଯୋଗରେ ବଅଁରପାଳ ପୁଲିସ୍ ବୈଦ୍ୟନାଥପୁର ଓ ବୁଢାପଙ୍କ ଗ୍ରାମର ୮ ଜଣଙ୍କୁ ଗିରଫ କରିଛି | ସେମାନେ ହେଲେ ବୈଦ୍ୟନାଥପୁର ଗ୍ରାମର ଦୁଷ୍ମନ୍ତ ପ୍ରଧାନ (୨୮) ନେହୁର ପ୍ରଧାନ (୫୫), ଅଶୋକ ମହାନ୍ତି (୩୮) ପ୍ରବୀଣ ପ୍ରଧାନ (୨୫) କାଳନ୍ଦୀ ପ୍ରଧାନ (୬୦) ପାଣୁର ପ୍ରଧାନ (୪୮) ସୁନୀଲ ପ୍ରଧାନ (୧୯) ବାବୁଲି ପ୍ରଧାନ (୫୬)।

ସୂଚନା ମୁତାବକ ରବିବାର ରାତି ୧୨ ଟା ସମୟରେ ନାଲ୍‌କୋର ନିଜସ୍ବ ଟ୍ରେନ୍ ସହାୟତାରେ ବୁଢାପଙ୍କ ରେଲ୍‌ୱେ ଷ୍ଟେସନରୁ ଏକ କୋଇଲା ବୋଝେଇ ଟ୍ରେନ୍ ନାଲ୍‌କୋ ଅଭିମୁଖେ ଯାଉଥିଲା । ବୈଦ୍ୟନାଥପୁର ରେଳ ଧାରଣା ପାଖରେ ସେମାନେ ଟ୍ରେନର ହୋସ୍ ପାଇପକୁ କାଟି ଟ୍ରେନ୍‌କୁ ଦୀର୍ଘ ସମୟ ଅଟକାଇ ମନଇଛା କୋଇଲା ଚୋରି କରୁଥିଲେ। କୌଣସି ସୂତ୍ରରୁ ଖବରପାଇ ବଅଁରପାଳ ପୁଲିସ୍ ଅତର୍କିତ ଚଢ଼ଉ କରି ଏହି ଆଠଜଣ ଯୁବକଙ୍କୁ କାବୁ କରି ଥାନାକୁ ଆଣିଥିଲେ |

ଆଜି ସେହି ଆଠଜଣ ଯୁବକଙ୍କ ନାମରେ କେଶ ନଂ ୧୩୭/୨୬ ଅଣ୍ଡର ସେକ୍ସନ ୩୦୩ (୨)/୬୧ (୨) ବିଏନଏସ ଆର ଡବ୍ଲ୍ୟୁ ସେକ୍ସନ ୨୧ ଏମଏମଡିଆର ଆକ୍ଟ ରେ ମାମଲା ଋଜୁକରି କୋର୍ଟ ଚାଲାଣ କରାଯାଇଛି। ଏଭଳି ଯଦି ପୁନର୍ବାର ଟ୍ରେନ୍ ଅଟକାଇ କୋଇଲା ଚୋରି କରାଯାଏ ତେବେ ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଗିରଫ କରା‌ଯିବ ବୋଲି ଏ ଏସଆଇ ଜୟ କୁମାର ସାଏ ଏବଂ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *