
ଅନୁଗୋଳ ବନ୍ୟାଞ୍ଚଳ ତୁରଙ୍ଗ ବାଉଁଶ ପୋଖରି ନିକଟରେ ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର। ଗୁରୁତର ଜଣ ଙ୍କ ହେଲେ ଫରେଷ୍ଟର ରଞ୍ଜନ ପ୍ରଧାନ । ସୂଚନା ଯେ, ଆଜି ସକାଳୁ ଏକ ଗୋଟି କିଆ ଦାନ୍ତ ହାତୀ ଖାଦ୍ୟ ସଂଗ୍ରହରେ ଆସି ହୋମ ଗାର୍ଡ ପଡିଆ ଭିତରକୁ ପଶି ଯାଇଥିଲା। ଜନ ଗହଳି ହେଇ ଯିବାରୁ ହାତୀ ଟି ବାହାରକୁ ବାହାରି ପାରି ନଥିଲା। ଖବର୍ ପାଇଁ ବନ ବିଭାଗ ପହଁଚି ହାତୀ କୁ ପଡିଆ ଭିତରେ ଜଗି ରହିଥିଲା।

ଅପରାହ୍ନ ହେବା ପରେ ହାତୀ ଟି ହୋମ ଗାର୍ଡ ପଡିଆ ରୁ ବାହାରି ତୁରଙ୍ଗ ବାଉଁଶ ପୋଖରି କୁ ଯାଉଥିଲା। ହାତୀ ପଛେ ପଛେ ବନ ବିଭାଗ ଏବଂ ସ୍ତାନୀୟ ଲୋକ ମାନେ ମଧ୍ୟ ଯାଉଥିଲା। କୌଣସି କାରଣ ବଶତଃ ବାଉଁଶ ପୋଖରି ଉପରେ ହାତୀ ହଠାତ୍ ବୁଲି ପଡି ବନ ବିଭାଗ ଏବଂ ଲୋକ ମାନଙ୍କୁ ତଡି ବାକୁ ଲଗିଲା। ଯାହା ଫଳରେ ବନ ବିଭାଗ ଏବଂ ଲୋକ ମାନେ ଦୌଡ଼ି ବାକୁ ଲାଗିଲେ। ଦୌଡ଼ି ବା ବେଳେ ଫରେଷ୍ଟର ରଞ୍ଜନ ପ୍ରଧାନ ଖସି ପଡିଥିଲେ। ଯାହା ଫଳରେ ହାତୀ ଟି ରଞ୍ଜନକୁ କୋଦେଇ ଦେଇଥିଲା । ଫରେଷ୍ଟର ଙ୍କୁ ହାତୀ ଆକ୍ରମଣ କରିଥିବା ଦେଖି ଅନ୍ୟ ବନ ବିଭାଗ ର କର୍ମଚାରୀ ମାନେ ସାଇରନ ଏବଂ ଗାଡି ହାତୀ ନିକଟକୁ ନେଇ ଯାଇଥିଲେ। ଯାହା ଫଳରେ ହାତୀ ଟି ପଳାଇ ଯାଇଥିଲା । ଗୁରୁତର ଅବସ୍ଥାରେ ଉଧାର୍ କରି ରଞ୍ଜନ ଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ରଞ୍ଜନ ଙ୍କ ଡାହାଣ ହାତ ରେ ଗଭୀର ଆଘାତ ଲାଗି ଥିବା ବେଳେ ଶାରୀର ର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଚିକିତ୍ସାଳୟରେ ଫରେଷ୍ଟର ଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଖବର ପାଇ DFO, ACF, ବନ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ମାନେ ଚିକିତ୍ସାଳୟ ରେ ପହଞ୍ଚିଛନ୍ତି।
