ଅନୁଗୋଳ ବ୍ଳକ ଟାଇଁସି ଗ୍ରାମ ପଞ୍ଚାୟତ ନୂଆପଡ଼ା ଗ୍ରାମ ନିକଟରେ ଗୋଟିଏ ହାତୀ ଛୁଆ ଖାତରେ ଫସି ରହିଛି। ପାଣି ପିଇବା ପାଇଁ ଯାଇ ଏହି ହାତୀ ଛୁଆ ଫସି ରହିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ଗ୍ରାମବାସୀ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ହାତୀ ପଲ ସହିତ ଏହି ହାତୀ ଛୁଆ ରହି ଥିଲା। ଜଙ୍ଗଲକୁ ଫେରୁଥିବା ବେଳେ ପାଣି ପିଇବା ପାଇଁ ଗୋଟିଏ ଖାତକୁ ଯାଇଥିଲେ। ଯାହା ଫଳରେ ଏହି ହାତୀ ଛୁଆ କାଦୁଅ ଯୋଗୁଁ ଫସି ରହିଥିଲା। ଘଟଣା ସ୍ଥଳରେ ହାତୀ ଛୁଆକୁ ନେବା ପାଇଁ ମା ହାତୀ ସହିତ ଅନ୍ୟ ହାତୀ ପଲ ଜଗି ରହିଥିଲେ। ଆଜି ସକାଳ ସାଢ଼େ ସାତଟା ବେଳେ ଖବର ପାଇ ଘଟଣା ସ୍ଥଳରେ ପମ୍ପାସର୍ ବନାଞ୍ଚଳର ବନ ବିଭାଗ ପହଞ୍ଚି ହାତୀ ପଲଙ୍କୁ ଘଉଡ଼ାଇ ଜେସିବି ସାହାଯ୍ୟରେ ଛୁଆକୁ ଉଦ୍ଧାର କରିଥିଲେ। ହାତୀ ଛୁଆ ବାହାରିବା ପରେ ଜଙ୍ଗଲ ଭିତରକୁ ପକାଇଥିଲା ।
