• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାତୀ ଆକ୍ରମଣରେ ଜଣେ ଗୁରୁତର

Bymamatanews

May 12, 2026
Spread the love

ହାତୀ ଆକ୍ରମଣରେ ଆଜି ପୁଣି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ବଡକନ୍ତକୁଳ ଗ୍ରାମର ଗୁଣ୍ଡିଚା ନାଏକ ଙ୍କ ପୁଅ ମୁଚିଆ ନାଏକ (୪୫) ଓ ତାଙ୍କ ସ୍ତ୍ରୀ ଭୋର ୫ଟା ସମୟରେ ଗାଁ ପାଖ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ହାତୀ ଥିବା ଜାଣିପାରି ନଥିଲେ। ଯାହା ଫଳରେ ମୁଚିଆ କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଏ ଘଟଣା ଦେଖି ମୁଚିଆ ଙ୍କ ସ୍ତ୍ରୀ ଜିବନ ବିକଳରେ ଦୌଡ଼ି ଗାଁ କୁ ଆସି ବନବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୁଚିଆ କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ଡାହାଣ ହାତ ଭାଙ୍ଗି ଥିବା ବେଳେ ଜଂଘରେ ଗଭୀର ଆଘାତ ଲାଗିଛି।

Leave a Reply

Your email address will not be published. Required fields are marked *

error: Content is protected !!