ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଛେଳିଆପଡା ଗ୍ରାମର ବୁଢ଼ାପଦା ସାହିରେ ଆଜି ସନ୍ଧ୍ୟା ସମୟରେ ଚାଲି ଥିଲା ପ୍ରବଚନ। ଠିକ୍ ସେତିକି ବେଳେ ଏକ ବାରହା ଛୁଆ ସେହି ପ୍ରବଚନ ମଧ୍ୟ କୁ ଚାଲିଆସିଥିଲା। ବାରହା ଛୁଆ କୁ ଗ୍ରାମବାସୀ ମାନେ ଦେଖି ସଙ୍ଗେ ସଙ୍ଗେ ବନ୍ତଳା ବନାଞ୍ଚଳ ଅଧିକାରୀ ଙ୍କୁ ଜାଣଇ ଥିଲେ।

ବନ ବିଭାଗ ପହଁଞ୍ଚିବା ପୂର୍ବରୁ ବାରହା ଛୁଆ କୁ ଗ୍ରାମବାସୀ ମାନେ କ୍ଷୀର ଖାଇବାକୁ ଦେଇଥିଲେ । ବନ ବିଭାଗ ପହଁଞ୍ଚିବା ପରେ ଗ୍ରାମବାସୀ ମାନେ ବାରହା ଛୁଆ କୁ ବନ ବିଭାଗ ହସ୍ତାନ୍ତର କରିଥିଲେ। ଏହି ହସ୍ତାନ୍ତର ବେଳେ ଛେଳିଆପଡା ସମିତି ସଭ୍ୟ ମନୋଜ ସ୍ୱାଇଁ ଙ୍କ ସମେତ ଅନେକ ଗ୍ରାମବାସୀ ମାନେ ଉପସ୍ଥିତ ରହି ଥିଲେ।
