ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ବଦକନ୍ତକୁଳ ଗ୍ରାମ ପଞ୍ଚାୟତ ଜାମୁଗାଡ଼ିଆ ଗ୍ରାମର ଦୁଲ୍ଲଭ ବିଶ୍ୱାଳ ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଥିଲେ କି ସରପଞ୍ଚଙ୍କ ସ୍ୱାମୀ ବିରେନ ବିଶ୍ଵାଳ ପଞ୍ଚାୟତ ଛକ ଓ ଗ୍ରାମ ରାସ୍ତାରେ ସମସ୍ତଙ୍କ ସମ୍ମୁଖରେ ବିନା କାରଣରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଏସିଡ ପକାଇ ମାରିଦେବା ପାଇଁ ଧମକ ଦେଇଛି।

ସରପଞ୍ଚଙ୍କ ସ୍ୱାମୀ ହୋଇ ଥିବାରୁ ପଞ୍ଚାୟତରେ ଅନ୍ୟାୟ ଭାବରେ ବସି ଗୁଣ୍ଡା ପ୍ରକୃତିର ବ୍ୟବହାର କରିବା ସହିତ ପଞ୍ଚାୟତ ଅଫିସକୁ କାହାରିକୁ ଭର୍ତ୍ତି କରୁନାହିଁ। ଦୁଲ୍ଲଭ ବିଶ୍ୱାଳ ସାମାଜିକ କାମ ପାଇଁ ପଞ୍ଚାୟତକୁ ଗଲେ ଗୁଣ୍ଡା ଲଗାଇ ମାରିଦେବା ପାଇଁ ଧମକ ଦେଉଛି। ଧକ୍କା ମାରି ଅଫିସରୁ ବାହାର କରି ଦେଉଛି। ଏନେଇ ପୂର୍ବରୁ ଦୁଇଥର ଅଭିଯୋଗ ଥାନାରେ ହୋଇଥିବା ବେଳେ କୋର୍ଟରେ ମାମଲା ବିଚାରାଧୀନ ରହିଛି।ପଞ୍ଚାୟତର ଅନ୍ୟ କର୍ମକର୍ତ୍ତାଙ୍କୁ ଖରାପ ବ୍ୟବହାର କରିବା ସହିତ ଟାଙ୍ଗିଆରେ ହାଣି ମାରିଦେବା ପାଇଁ କହୁଛି। ଏନେଇ ଅଭିଯୋଗକୁ ଭିତ୍ତି କରି ପୋଲିସ ଆଜି ବିରେନ ବିଶ୍ଵାଳକୁ ଗିରଫ କରି ଅଦାଲତ ଚାଲାଣ କରିଛି।
