• Sun. Aug 23rd, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦୁର୍ଘଟଣାକୁ ଡାକୁଛି ୫୫ ନମ୍ବର ଜାତୀୟ ରାଜପଥର ବଡ଼ ବଡ଼ ଗର୍ତ୍ତ।

Bymamatanews

Jul 26, 2026
Spread the love

ସମସ୍ୟାର ସମାଧାନ ପାଇଁ ଜଣେ ଅଜଣା ବ୍ୟକ୍ତି ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ତ ୫୫ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଗଭୀର ଗର୍ତ୍ତ ଏବେ ଯାତ୍ରୀ ଓ ଯାନବାହନ ଚାଳକଙ୍କ ପାଇଁ ବିପଦର କାରଣ ପାଲଟିଛି। ପ୍ରତିଦିନ ଶହ ଶହ ଗାଡ଼ି ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।


ବାରମ୍ବାର ପ୍ରତିବାଦ ପରେ ମଧ୍ୟ ରାସ୍ତାର ମରାମତି ନ ହେବାରୁ ଜଣେ ଅଜଣା ବ୍ୟକ୍ତି ଗର୍ତ୍ତ ନିକଟରେ ସତର୍କବାଣୀ ସୂଚକ ବ୍ୟବସ୍ଥା କରି ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଥିଲେ। ଉଦ୍ଦେଶ୍ୟ ଥିଲା ଯେପରି ଯାନବାହନ ଚାଳକମାନେ ସତର୍କ ହୋଇ ଦୁର୍ଘଟଣାରୁ ରକ୍ଷା ପାଇପାରିବେ ଏବଂ NHI ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେବ।

କିନ୍ତୁ ଦୁଃଖର ବିଷୟ, ଏହି ନିଆରା ପ୍ରତିବାଦ ପରେ ମଧ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗର୍ତ୍ତ ମରାମତି ପାଇଁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆ ଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯଦି ବି ପଦକ୍ଷେପ ନେଉଛନ୍ତି ତାହା ପୁଣି ପ୍ଲାଣ୍ଟ ର ଲ୍ୟୋହ ମଳ କିମ୍ବା ପାଉଁଶ ।ଯାହାଦ୍ୱାରା ଶୁଖିଲା ପାଗରେ ଧୂଳି ଉଡୁଛି ବର୍ଷା ହେବା ଦ୍ଵାରା ପାଣିରେ ବୋହିଯାଇ ପୁଣି ଗର୍ତ୍ତ ସ୍ରୁଷ୍ଟି ହେଉଛି।

ଯେପର୍ଯ୍ୟନ୍ତ ଏହି ଗର୍ତ୍ତଗୁଡ଼ିକର ସ୍ଥାୟୀ ମରାମତି କରାଯାଉନାହିଁ, ସେପର୍ଯ୍ୟନ୍ତ ଦୁର୍ଘଟଣାର ଆଶଙ୍କା ଲାଗି ରହିବ ବୋଲି ସାଧାରଣ ଲୋକେ କହୁଛନ୍ତି। ଏବେ ଦେଖିବାକୁ ବାକି ରହିଲା, କେବେ ନିଦ ଭାଙ୍ଗୁଛି NHI କର୍ତ୍ତୃପକ୍ଷଙ୍କର ଏବଂ କେବେ ମିଳୁଛି ଏହି ସମସ୍ୟାର ସ୍ଥାୟୀ ସମାଧାନ।

Leave a Reply

Your email address will not be published. Required fields are marked *

error: Content is protected !!