• Mon. Jun 1st, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିପୁଳ ପରିମାଣରେ ବିଦେଶୀ ମଦ ସହ ବାଇକ୍ ଜବତ କରିବାରେ ପୋଲିସ ସଫଳତା

Bymamatanews

Jun 1, 2026
Spread the love

ଆଇନ ଠାରୁ ଅଧିକ ପରିମାଣ ର ବିଦେଶୀ ମଦ ଦୋକାନ ରୁ ରପ୍ତାନୀ ହେଉଛି କିପରି

ଅନୁଗୋଳ ଜିଲ୍ଲା ବନ୍ତଳା ପୋଲିସ ବିଦେଶୀ ମଦ ବାଇକରେ ଯାଉଥିବା ଖବର ପାଇ ପାଟ୍ରୋଲିଂ ଟିମ ଚଢାଉ କରି ମୋଟର ସାଇକେଲ ସହ ୬୦ଲିଟର ବିଦେଶୀ ମଦ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନନ୍ଦପୁରପୁର ପଞ୍ଚାୟତ କରତପଟା ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନର କର୍ମଚାରୀ ଚୋରା ମଦ ଚାଲାଣ କରୁଥିଲା ଗୁଡ଼ୁ କୁମାର। ବିହାର ଅଞ୍ଚଳର ଗୁଡ଼ୁ ବିଦେଶୀ ମଦ ଦୋକାନ ରୁ ଚ଼ୋରା କାରବାର ଉଦ୍ଦେଷ୍ୟରେ ମଦ ନେଇ ବିଭିନ୍ନ ଗାଁରେ ଯୋଗାଇ ଥାଏ । ଗତ କାଲି ରାତିରେ ଏକ ମଟର ସାଇକେଲରେ ପ୍ରାୟ ୬୦ ଲିଟର ମଦ ନେଇ ଯାଉଥିବା ବେଳେ ମଧୁପୁର ଛକ ନିକଟରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ ହାବୁଡରେ ପଡିଥିଲା । ଏନେଇ ବନ୍ତଳା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବନ୍ତଳା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। କିଛିଦିନ ତଳେ ଏକ ଅଟୋରେ ମଦ ଯାଉଥିବା ଖବର ପାଇ ବନ୍ତଳା ପୋଲିସ୍ ଚଢାଉ କରି ଚନ୍ଦନପୁର ନିକଟରୁ ଏକ ଅଟୋକୁ ଧରିଥିଲା। ପ୍ରାୟ ୫୪ ଲିଟରରୁ ଉର୍ଦ୍ଧ୍ଵ ବିଦେଶୀ ମଦ ଅଟୋରୁ ପୋଲିସ ଜବତ କରିଥିଲା। ବନ୍ତଳା ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ମଧ୍ୟ ଏକ ବିଦେଶୀ ମଦ ଦୋକାନ ରହିଛି। ସେଠାରୁ ମଧ୍ୟ ଚୋରାରେ ଦିନରାତି ବେପାରୀ ମାନେ ମଦ ନେଇ ଦୋକାନରେ ବିକ୍ରି କରୁଛନ୍ତି। ପୋଲିସ କୁ ସଫଳତା ମିଲୁଛି ସତ କିନ୍ତୁ ଳୋକଙ୍କୁ କାହିଁକି ଚୋରାରେ ମଦ ବିକ୍ରି କରିବା ପାଇଁ ବିଦେଶୀ ମଦ ଦୋକାନୀର କର୍ମଚାରୀ ଦେଉଛନ୍ତି ତାହା ଅଞ୍ଚଳରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!