• Sat. Jun 13th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାତୀ ଦେଖିବା ପଡିଲା ମହଙ୍ଗା ହାତୀ ଆକ୍ରମଣରେ ଯୁବକ ଗୁରୁତର ଆହତ ।

Bymamatanews

Jun 4, 2026
Spread the love

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ହାତୀ ଆକ୍ରମଣରେ ଯୁବକ ଗୁରୁତର।କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଝାଲିଆବେଡ଼ା ଜଙ୍ଗଲରେ ହାତୀ ଦେଖିବାକୁ ଯାଇ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ନେଇ ସୂଚନା।

ଆହତ ଯୁବକ ହେଲେ ଜ୍ୟୋତିପୁର ଗ୍ରାମର ଶୁଭମ୍ କର। ସୂଚନା ଅନୁଯାୟୀ, ଝାଲିଆବେଡ଼ା ଜଙ୍ଗଲ ଅଞ୍ଚଳରେ ଦୁଇଟି ହାତୀଥିବା ଖବର ପାଇ ସ୍ଥାନୀୟ କିଛି ଯୁବକଙ୍କ ସହ ଶୁଭମ୍ ହାତୀଙ୍କୁ ଦେଖିବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା। ହାତୀଟି ଶୁଣ୍ଢରେ ଆକ୍ରମଣ କରିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବନବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଭଣ୍ଡା ମେଡିକାଲକୁ ପଠାଯାଇଥିଲା। ସେଠାରେ ଶୁଭମଙ୍କ ଚିକିତ୍ସା ଜାରି ରହିଥିବା ନେଇ ସୂଚନା।
ଏହି ଘଟଣା ପରେ ବନବିଭାଗ ପକ୍ଷରୁ ଲୋକମାନଙ୍କୁ ଜଙ୍ଗଲ ଅଞ୍ଚଳରେ ଥିବା ବନ୍ୟଜନ୍ତୁଙ୍କ ନିକଟକୁ ନଯିବା ଏବଂ ହାତୀ ଦେଖିବା ପାଇଁ ଭିଡ଼ ନ କରିବାକୁ ପରାମର୍ଶ ଦିଆଯାଇଛି। ହାତୀଙ୍କ ନିକଟକୁ ଯିବା ଜୀବନ ପ୍ରତି ବିପଦଜନକ ହୋଇପାରେ ବୋଲି ବନବିଭାଗ ପକ୍ଷରୁ ଗ୍ରାମ ବାସୀଙ୍କୁ ସତର୍କ କରାଯାଇଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!