ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ତ ମେଡିକାଲ କଲୋନୀର ବାସିନ୍ଦା ରନ୍ନତି ବେହେରା ତାଙ୍କ ସ୍ୱାମୀ ସୁମନ୍ତ ସାହୁଙ୍କ ବିରୋଧରେ ଘରୋଇ ନିର୍ଯାତନା, ମାଡ଼ପିଟ ଓ ଜୀବନରେ ଧମକ ଦେବା ଅଭିଯୋଗ ଆଣି ବଅଁରପାଳ ଥାନାରେ ଲିଖିତ ଏତଲା ଦାଖଲ କରିଛନ୍ତି । ଅଭିଯୋଗ ଅନୁସାରେ, ବିବାହର ପ୍ରାୟ ୧୦ ବର୍ଷ ଧରି ସୁମନ୍ତ ସାହୁ ମଦ୍ୟପାନ କରି ପତ୍ନୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ମାଡ଼ପିଟ କରୁଥିଲେ। ଦୁଇ ସନ୍ତାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରନ୍ନତି ବେହେରା ଏହାକୁ ନିରବରେ ସହି ଆସୁଥିଲେ। ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସ ବଢ଼ିବାରୁ ତାଙ୍କୁ ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପ୍ରାୟ ତିନି ମାସ ପରେ ସେଠାରୁ ଘରକୁ ଆଣା ଯାଇଥିଲା। ତେବେ ଅଭିଯୋଗ ଅନୁଯାୟୀ, ପାଞ୍ଚ ଦିନ ହେବ ସୁମନ୍ତ ପୁଣି ମଦ୍ୟପାନ ଆରମ୍ଭ କରିଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ମଦ ପିଇ ଘରକୁ ଫେରିଥିବା ବେଳେ ରନ୍ନତି ତାଙ୍କୁ ବାରଣ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ମୁହଁରେ ମାଡ ମାରିଥିଲେ ଓ ଏହାସହ ଏକ ଲୁହା ରଡ଼ରେ ମୁଣ୍ଡକୁ ଆଘାତ କରିଥିବା ଏବଂ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଅଭିଯୋଗ କରିଛନ୍ତି l ଏହି ଅଭିଯୋଗ ଆଧାର ରେ ବଅଁରପାଳ ଥାନା ପୋଲିସ କେସ୍ ନମ୍ବର ୩୩୩/୨୬ରେ ମାମଲା ରୁଜୁ କରିଛି। ଏସଆଇ ମନୋଜ କୁମାର ମିଶ୍ର ଘଟଣାର ତଦନ୍ତ ଚଳାଇଛନ୍ତି ।
