• Sat. Jun 13th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ମୁକ୍ତ କର୍ମଶାଳା ଅନୁଷ୍ଠିତ

Bymamatanews

Jun 5, 2026
Spread the love

ଅନୁଗୋଳ, ୦୫.୦୬ : ୨୦୩୦ ମସିହା ସୁଦ୍ଧା ଅନୁଗୋଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୃହତ ରଣନୀତି ପ୍ରସ୍ତୁତ ହୋଇଛି। ଏହି ଲକ୍ଷ୍ୟ ହାସଲ ନିମନ୍ତେ ଅନୁଗୋଳ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ (UNICEF) ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ‘ବ୍ଲାକ୍ ଡାଇମଣ୍ଡ’ଠାରେ ଏକ ଜିଲ୍ଲା ସ୍ତରୀୟ ରଣନୀତିମୂଳକ କାର୍ଯ୍ୟଯୋଜନା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ କିଶୋରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରତ୍ୟେକ କିଶୋରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‘ଅଦ୍ୱିକା’ କାର୍ଯ୍ୟକ୍ରମ ପରି ଯୋଜନା ବିଷୟରେ କହି ଲୋକଙ୍କୁ ସଚେତନ ହେବାକୁ କହିଥିଲେ। ୟୁନିସେଫର ଶିଶୁ ସୁରକ୍ଷା ପରାମର୍ଶଦାତା ଶ୍ରୀ ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟଯୋଜନାର ଲକ୍ଷ୍ୟ, ବିଭିନ୍ନ ବିଭାଗର ଦାୟିତ୍ୱ, ନିରୀକ୍ଷଣ-ରିପୋର୍ଟିଂ ପ୍ରଣାଳୀ ଏବଂ ସମନ୍ୱୟ ରକ୍ଷା (Convergence Mechanism) ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀଶଙ୍କର ବେହେରା, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦେବ ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ନନ୍ଦ, ଜିଲ୍ଲା ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ସାମନ୍ତରାୟ ,ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ, ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ, ସ୍ଥାନୀୟ ପୋଲିସ ଅଧିକାରୀ, ସମସ୍ତ ସିଡିପିଓ (CDPO), ସୁପରଭାଇଜର, କିଶୋରୀ ବାଳିକା ଏବଂ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସର୍ବଶେଷରେ ୟୁନିସେଫ୍‌ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!