• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ସ୍ତରୀୟ “ ଅର୍ନ୍ତଜାତୀୟ ମହିଳା ଦିବସ ” ଅନୁଷ୍ଠିତ

Bymamatanews

Mar 6, 2026
Spread the love

ଅନୁଗୋଳ : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମଠାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଅର୍ନ୍ତଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଯୋଗଗୁରୁ ଶ୍ରୀ ଅଭୟ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ଗଠନରେ ମହିଳାଙ୍କ ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ।

ସେହିଭଳି ମୁଖ୍ୟବକ୍ତା ଭାବେ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଡ. ଗୌରୀ ଶଙ୍କର ଯୁଗ ପ୍ରକାଶ ଜେନା ଯୋଗଦେଇଥିବା ବେଳେ ସତ୍ୟବ୍ରତ ନାଥ, ଅନ୍ତର୍ଜାତୀୟ ପର୍ବତ ଆହୋରଣକାରୀ ବିଭାରାଣି ପାତ୍ର ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅନ୍ତର୍ଭୁକ୍ତ କ୍ୟାଡେଟ ସହିତ ଅନୁଗୋଳ ଲାଇଟ୍ ହାଉସ କମୁନିଟିଜ୍ ଏବଂ ଅନୁଗୋଳ ଲୋଜିଷ୍ଟିକ ସ୍କିଲ୍ ସେଣ୍ଟରର ୨୦୦ ରୁ ଊର୍ଦ୍ଧ୍ଵ ପଞ୍ଜୀକୃତ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *