ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ପାଇକ ସାହିରେ କରେଣ୍ଟ ଲାଗି ଅଜା ମୃତ, ନାତୁଣୀ ଗୁରୁତର। ମୃତକ ଜଣ ଙ୍କ ହେଲେ ଗାଣ୍ଡୁ ସାହୁ ଙ୍କ ପୁଅ ରତ୍ନାକର ସାହୁ (୭୦) ଏବଂ ଗୁରୁତର ନାତିଣୀ ଜଣ ଙ୍କ ହେଲେ ତ୍ରିଲୋଚନ ସାହୁ ତୁଳସୀ ସାହୁ (୧୮)। ସୂଚନା ଯେ, ଆଜି ସକାଳୁ ସକାଳୁ ନାତୁଣୀ ତୁଳସୀ ସାହୁ ଘରେ ଲୁଗା ଶୁଖାଉଥିବା ବେଳେ ସର୍ଭିସ ତାର ରୁ କରେଣ୍ଟ ଲାଗିଥିଲା। ନାତୁଣୀକୁ ବଞ୍ଚାଇବା ପାଇଁ ଅଜା ରତ୍ନାକର ତାଙ୍କୁ ଭିଡ଼ି ଆଣିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା। ଯାହା ଫଳରେ ଦୁହେଁ ଖସି ପଡିଥିଲେ। ପରିବାର ଲୋକେ ଦୁହେଁ ଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ଏଠାରେ ଅଜାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ନାତୁଣୀର ଚିକିତ୍ସା ଜାରି ରହିଛି।
