• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିଥିବା ନେଇ ଥାନାରେ ଅଭିଯୋଗ

Bymamatanews

Mar 24, 2025
Spread the love

ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିବାରୁ ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଛନ୍ତି ପ୍ରଥମଃ ସ୍ତ୍ରୀ । ଏମିତି ଏକ ଘଟଣା ଅନୁଗୋଳ ସଦର ଥାନାର କରଡାଗାଡିଆ ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ୨୯ ବର୍ଷୀୟ ବିବାହିତ ମହିଳା ଲୋପାମୁଦ୍ରା ପ୍ରଧାନ ଆଜି ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଛନ୍ତି କି ଗତ ଫେବୃଆରୀ ୬ – ୨୦୧୭ ମସିହାରେ ପୋକତୁଙ୍ଗା ଗ୍ରାମର ଲମ୍ବୋଦର ଦେହୁରିଙ୍କ ପୁଅ ଜନାର୍ଦ୍ଦନ ଦେହୁରୀଙ୍କୁ ବିବାହ କରିଥିଲେ । ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେବା ପାଇଁ କେଶ କରିଛନ୍ତି। ଏହି କେଶ ହାଇ କୋର୍ଟରେ ବିଚାରଧୀନରେ ରହିଛି। ମହିଳାଙ୍କ ସ୍ବାମୀ ଆଉ ଜଣଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିବା ମହିଳା ଜଣଙ୍କ କଟକ ଫାମିଲି କୋର୍ଟରେ କେଶ କରିଥିଲେ। ଜନାର୍ଦ୍ଦନ ଦେହୁରୀ କୋର୍ଟକୁ ଯାଇ ଅନ୍ୟତ୍ର ବିବାହ କରିବେ ନାହିଁ ବୋଲି ଚୁକ୍ତି କରିଥିଲେ। ପରେ ମହିଳା ଜଣଙ୍କ ଜାଣିବାକୁ ପାଇଲେ କି ତାଙ୍କ ସ୍ବାମୀ କରଡା ଗାଡିଆରେ ରହି ଆଉ ଜଣଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛି। ତେଣୁ ଆଜି ମହିଳା ଜଣଙ୍କ କରଡାଗାଡିଆ ଯାଇ ତାଙ୍କ ସ୍ବାମୀଙ୍କୁ ଭରଣ ପୋଷଣ ମାଗିବାରୁ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଆହୁରି ମଧ୍ଯ ଅଭିଯୋଗ କରିଛନ୍ତି କି ମହିଳାଙ୍କ ଶ୍ୱଶୁର ମଧ୍ଯ ତାଙ୍କୁ ତଣ୍ଟି ଚିପି ମାଡ ମାରିଛନ୍ତି। ଏନେଇ ମହିଳା ଜଣଙ୍କ ଅନୁଗୋଳ ସଦର ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *