• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଗୋରୁ ଚରାଳୀଙ୍କ ମାଡରେ ଶାଶୁ ବୋହୂ ଗୁରୁତ୍ତର

Bymamatanews

Dec 18, 2024
Spread the love

ବ୍ରାହ୍ମଣପୁରୁଣାକୋଟ ଗ୍ରାମ ରେ ଗୋରୁ ଛାଡିବା କୁ ନେଇ ମାରପିଟ । ଶାଶୁ ବୋହୂ ଗୁରୁତ୍ତର । ଗୁରୁତ୍ତର ମାନେ ହେଲେ ଶ୍ରୀକାନ୍ତ ପଣ୍ଡାଙ୍କ ସ୍ତ୍ରୀ ଶ୍ରୀମତୀ ପଣ୍ଡା ଏବଂ ଶିଶିର ପଣ୍ଡାଙ୍କ ସ୍ତ୍ରୀ ଆରତି ପଣ୍ଡା । ସୂଚନା ଯେ, ଶ୍ରୀମତୀଙ୍କର ଦୁଇ ଗୋଟି ଗୋରୁ ରଖି ପାଳନ କରନ୍ତି। କିଛି ଦିନ ପୂର୍ବରୁ ଗୋରୁ ଚରାଳୀଙ୍କ ହାତରେ ଛାଡିଥିଲେ । କିନ୍ତୁ କିଛି ମତଭେଦ ପାଇଁ ଦୁଇ ଗୋରୁଙ୍କୁ ଶ୍ରୀମତୀ ଆଉ ଛାଡୁ ନଥିଲେ। ଆଜି ଦୁଇ ଗୋରୁ ଚରିବା ପାଇଁ ଯାଇ ଗୋଠରେ ମିଶି ଯାଇଥିଲେ। କାହିଁକି ଗୋଠରେ ମିଶିଲା ବୋଲି ଗୋରୁ ଚରାଳୀ ଶାଶୁ, ବୋହୂଙ୍କୁ ଗାଳି ଗୁଲଜ କରିଥିଲେ। ଶାଶୁ, ବୋହୂ ବାରଣ କରିବାରୁ ଉତକ୍ଷୀପ୍ତ ହୋଇ ଗୋରୁ ଚରାଳୀ ଏବଂ ତାଙ୍କ ପରିବାର ଶାଶୁ ବୋହୂଙ୍କୁ ମାଡ ମାରିଥିଲେ। ଯାହା ଫଳରେ ଶାଶୁ ବୋହୂ ଗୁରୁତର ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ଗୁରୁତ୍ତର ଭାବେ ଉଦ୍ଧାର କରି ବଅଁରପାଳ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି ।

Leave a Reply

Your email address will not be published. Required fields are marked *