• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ଧକ୍କା : ଘଟଣା ସ୍ଥଳରେ ଜଣକର ଶୋଚନୀୟ ମୃତ୍ୟୁ।

Bymamatanews

May 6, 2025
Spread the love

ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ଧକ୍କା, ଘଟଣା ସ୍ଥଳରେ ଜଣକର ଶୋଚନୀୟ ମୃତ୍ୟୁ।

ଝିଅ ଘରକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ବାପର ଜୀବନ। ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ। ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ମଗଂଳପୁର ଗାଁ ନିକଟରେ ଟ୍ରାକ୍ଟର ବାଇକକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣକ ମୣତ୍ୟୁ ଘଟିଛି lଦୁଇ ଜଣ ଗୁରୁତର ଆହତ ହେଇଥିବା ନେଇ ସୂଚନା l ଯାହାକି ସୂଚନା ରହିଛି ମୟୣରଭଞ ଜିଲା ଘାଗରବେଡା ଥାନା ଅନ୍ତର୍ଗତ ଶଗଡା ଗ୍ରାମର ମାଟା ପୂର୍ତ୍ତି ଚମ୍ପୁଆ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ନିଜ ଝିଅ ଘରକୁ ଆସି ସ୍ତ୍ରୀ ଓ ଜ୍ବାଇ ସହିତ ବାଇକ ରେ ଫେରୁଥିବା ବେଳେ ଘଟିଛି ଅଘଟଣ । ମଙ୍ଗଳପୁର ଗାଁ ମୁଣ୍ଡରେ ଏକ ଟ୍ରାକ୍ଟର ସହିତ ବାଇକ ଧକ୍କା ହେବାରୁ ଘଟଣା ସ୍ଥଳରେ ମାଟାଙ୍କ ମୣତ୍ୟୁ ଘଟିଥିବା ନେଇ ସୂଚନା। ତାଙ୍କ ସ୍ତ୍ରୀ ଓ ଯୁୱାଇଁ ଆହତ ହୋଇଥିବା ବେଳେ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବା ନେଇ ସୂଚନା। ତେବେ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏ ସମ୍ପର୍କ ରେ ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *