ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସନ୍ତରାବନ୍ଧ ଗ୍ରାମ ପରିଚାଳନା କମିଟି ଏବଂ ସନ୍ତରାବନ୍ଧ ଗ୍ରାମ ସମସ୍ତ ସଦସ୍ୟ ସଦସ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ସାତ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ଆୟ ବ୍ୟୟର ହିସାବକୁ କମିଟି ପକ୍ଷରୁ ହିସାବ ଦିଆ ନ ଯାଉଥିବାରୁ ନ୍ୟାୟ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ସନ୍ତରାବନ୍ଧ ଗ୍ରାମ୍ୟ ପରିଚାଳନା କମିଟି ।

ସୂଚନା ଯେ, ସନ୍ତରାବନ୍ଧ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ମାନେ ଗ୍ରାମ କମିଟି କୁ ଆଜକୁ ସାତବର୍ଷ ହେବ କୌଣସି ହିସାବ ଦେଇନାହାନ୍ତି । ଗ୍ରାମରେ ଜନ ସାଧାରଣ ଙ୍କ ବୈଠକ ବସାଇ ବାରମ୍ବାର ଡାକିଲେ ମଧ୍ୟ ଆସୁ ନାହାନ୍ତି ଏବଂ ଗ୍ରାମ କମିଟିର କଥାକୁ ମଧ୍ୟ ଖାତିର କରୁନାହାନ୍ତି । ଯାହାକୁ ନେଇ ଗ୍ରାମ ବାସି ଅସନ୍ତୋସ ପ୍ରକାଶ ପାଇଛି । ଏହାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ନ୍ୟାୟ ନିମନ୍ତେ ନିବେଦନ କରିଛନ୍ତି ସନ୍ତରାବନ୍ଧ ଗ୍ରାମ ବାସୀ ।

