• Sat. Jun 13th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଲ୍ୟ ବିବାହ ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା

Bymamatanews

Apr 28, 2026
Spread the love

ବିଶ୍ବ ଯୁବ କେନ୍ଦ୍ର,ବାଣୀନାଳୀ, ଅନୁଗୋଳ ଦ୍ଵାରା ପରିଚାଳିତ କାର୍ଯକ୍ରମ “ଆକ୍ସେସ ଟୁ ଜଷ୍ଟିସ “ଦ୍ଵାରା ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ୍ ବଅଁରପାଳ,ଜୁହାର ପୁର , ଗୋଡସନ୍ତ୍ରି, ନଳଚନ୍ଦ୍ରପୂର, ସିମିଲିଛୁଇଁ, ବଉଳିଗଡ, ଅରାହlଟ ପୁରିକିଆ, ଗାଙ୍ଗି ଯୋଡ଼ି ,ପଞ୍ଚାୟତ ଠାରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମ ରେ ସରପଞ୍ଚ ,ପିଇଓ,ଏମବିକେ ,ସି ଆର ପି, ଗ୍ରାମ ସଭାପତି, ୱାଡ ମେମ୍ବର, ଅଙ୍ଗନୱାଡି, ଆଶା ଓ ଗ୍ରାମର ଅନ୍ୟ କିଛି ମହିଳା ଓ ପୁରୁଷ ଙ୍କ ଉପସ୍ଥିତି ରେ ଜିଲ୍ଲା ରେ ଶିଶୁ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯ୍ୟାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ବିଶେଷ ଆଲୋଚନା କରାଯାଇଥିଲା l

ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମ ରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତ୍ୟେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟ ରେ ଆଲୋଚନା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ର ଆୟୋଜନ ତଥା ପରିଚାଳନା ବିଶ୍ବ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୁଜା ସ୍ୱାଇଁ ଙ୍କ ତତ୍ଵା ବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!