ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର ଲଙ୍ଗୁଳିଆବେଡା ଗ୍ରାମରେ ପରିବାରିକ ବିବାଦକୁ କେନ୍ଦ୍ର କରି ମାଡ଼ପିଟ ଘଟଣା ଘଟିଛି। ଏଥିରେ ୫୫ ବର୍ଷୀୟ ବିଜୟ ବାରିକ ଗୁରୁତ୍ତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ବିଜୟ ବାରିକ ତାଙ୍କ ମା’ ମଞ୍ଜୁ ବାରିକଙ୍କୁ ପେନସନ ଟଙ୍କାର ଭାଗ ମାଗିଥିଲେ। ଏହାକୁ ନେଇ ତାଙ୍କ ସାନଭାଇ ବିନୟ ବାରିକ ଓ ୩୫ ବର୍ଷୀୟ ବୋହୂ ଶିବାନୀ ବାରିକ ଉତ୍ତେଜିତ ହୋଇ ବିଜୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ବାଡ଼ି ଠେଙ୍ଗା ଧରି ତାଙ୍କୁ ମାରିବାକୁ ଗୋଡ଼ାଇଥିବା ଅଭିଯୋଗ ହୋଇଛି। ବିଜୟ ବାରିକଙ୍କ କହିବା ଅନୁସାରେ, ସେ ତାଙ୍କ ସାନଭାଇଙ୍କ ସହ କଥା ହେଉଥିବା ସମୟରେ ଶିବାନୀ ବାରିକ ଏକ ଲୁହା ରଡ଼ରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ପରେ ସେ ରକ୍ତାକ୍ତ ଅବସ୍ଥାରେ ବଅଁରପାଳ ସରକାରୀ ଚିକିତ୍ସାଳୟ ରେ ଚିକିତ୍ସିତ ହୋଇଥିଲେ।ଘଟଣା ନେଇ ବିଜୟ ବାରିକ ବଅଁରପାଳ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏହା ଆଧାରରେ ବଅଁରପାଳ ଥାନା ପୋଲିସ କେସ୍ ନଂ ୩୩୨/୨୬ରେ ମାମଲା ରୁଜୁ କରିଛି। ଏଏସଆଇ ଧୂବାଲ ହିଆଲ ଘଟଣାର ତଦନ୍ତ ଚଳାଇଛନ୍ତି।
